ଭୁବନେଶ୍ବର/ତାଳଚେର: ପୁଣି ଭିଜିଲାନ୍ସ ଜାଲରେ ଜଣେ ଯନ୍ତ୍ରୀ। ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ତାଳଚେର ଆରଡବ୍ଲୁଏସଏସର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ।
ମିଳିଥିବା ସୂଚନା ଅନୁଯାୟୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ ବିଲ୍ ପାସ୍ କରିବା ଲାଗି ଜଣେ ଠିକାଦାରଙ୍କଠାରୁ ନଗଦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ୫୦ ହଜାର ଟଙ୍କା ଜବତ କରାଯାଇଛି।
ଭିଜିଲାନ୍ସ ଟିମ୍ ଏକକାଳୀନ ତିନିଟି ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡ଼ିଛି। ସନ୍ତୋଷ ସାହୁଙ୍କର ତାଳଚେରସ୍ଥିତ ସରକାରୀ କ୍ୱାର୍ଟର, ଭୁବନେଶ୍ବରର କଳିଙ୍ଗ ବିହାରର ପ୍ଲଟ୍ ନଂ-କେ ୪୦୭ରେ ଥିବା ଘର, ଏବଂ ନୟାଗଡ଼ ଜିଲ୍ଲାର ଭାପୁରଠାରେ ଥିବା ପୈତୃକ ଘରେ ଏକକାଳୀନ ଚଢ଼ାଉ ଚାଲିଛି। ଏନେଇ କଟକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Asst-Engineer-Caught-on-Vigillance_Thumbnail.jpg)