ବରଗଡ଼: ଜମି ମାପ କରିବାକୁ ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ବରଗଡ଼ ଜିଲ୍ଲା ଭେଡେନ ତହସିଲ ଅଫିସ୍ରେ କାର୍ଯ୍ୟରତ ଅମିନ ଲଲିତ ମେହେର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଶ୍ରୀ ମେହେରଙ୍କ ଘର ସେହି ଭେଡେନ ବ୍ଲକ୍ ରେମଣ୍ଡା ଗାଁରେ। ଅଛାନ୍ଦପାଲି ଗାଁର କ୍ଷୀରସିନ୍ଧୁ ଡାଂଗ ଜମି ମାପ କରିବାକୁ ଶ୍ରୀ ମେହେରଙ୍କ ପାଖକୁ ଯାଇଥିଲେ। ହେଲେ ଶ୍ରୀ ମେହେର ଏଥିପାଇଁ ୨ହଜାର ଟଙ୍କା ଦାବି କରିଥିଲେ। ମଂଗଳବାର କ୍ଷୀରସିନ୍ଧୁ ତାଙ୍କ ଜଣେ ବନ୍ଧୁଙ୍କ ସହ ଭେଡେନ ତହସିଲ ଅଫିସ୍କୁ ଯାଇଥିଲେ। ଦାବି ମୁତାବକ ୨ହଜାର ଟଙ୍କା ଶ୍ରୀ ମେହେରଙ୍କୁ ଦେଇଥିଲେ। ଶ୍ରୀ ମେହେର ଲାଞ୍ଚ ଟଙ୍କା ଟେବୁଲ ଉପରେ ପଡ଼ିଥିବା କପଡ଼ା ତଳେ ରଖି ଗୁଡ଼େଇ ଦେଇଥିଲେ। ଏତିକିବେଳେ ପୂର୍ବରୁ ପ୍ରସ୍ତୁତ ଥିବା ସମ୍ବଲପୁର ଡିଭିଜନ୍ ଭିଜିଲାନ୍ସ ଟିମ୍ ଟଙ୍କା ଜବତ କରିିବା ସହ ଶ୍ରୀ ମେହେରଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ସମ୍ବଲପୁରର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିଲା। ଭିଜିଲାନ୍ସ ଟିମ୍ ଶ୍ରୀ ମେହେରଙ୍କ ରେମଣ୍ଡାସ୍ଥିତ ବାସଭବନରେ ମଧ୍ୟ ଚଢ଼ଉ କରିବା ସହ ତଦନ୍ତ ଜାରି ରଖିଛି।
ଦୁଇ ହଜାର ଟଙ୍କା ଲାଞ୍ଚ: ଭିଜିଲାନ୍ସ ଜାଲରେ ଅମିନ
/sambad/media/post_attachments/wp-content/uploads/2020/02/sfhsfh564sfh987fsh98f7sh98sf74h65sf4hsfhsfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)