ଲାଞ୍ଚ ମାମଲାରେ ଖୋଜୁଥିଲା ଭିଜିଲାନ୍‌ସ, ଫେରାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗିରଫ

ଭଦ୍ରକ: ଲାଞ୍ଚ ଓ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡିଥିବା ଭଦ୍ରକ ଆର୍‌ଡି ଡିଭିଜନ୍-(୧)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାନସ ମହାନ୍ତିଙ୍କୁ ଦୀର୍ଘ ଦୁଇ ମାସ ପରେ ଆଜି ଭିଜିଲାନ୍‌ସର ଏକ ସ୍ବତନ୍ତ୍ର ଟିମ୍ ଭୁବନେଶ୍ବର ପଟିଆସ୍ଥିତ ତାଙ୍କ ଘରୁ ଗିରଫ କରିଛି। ଗତ ଜାନୁଆରି ମାସ ୧୦ ତାରିଖରେ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ମହାନ୍ତି ଫେରାର ହୋଇ ଯାଇଥିଲେ। ଏମିତିକି ଭଦ୍ରକର ଅସ୍ଥଳସ୍ଥିତ ତାଙ୍କ ଭଡା ଘରେ ତାଲା ଝୁଲିଥିଲା। ସେପଟେ ଭୁବନେଶ୍ବର ପଟିଆସ୍ଥିତ ତାଙ୍କର ଦୁଇଟି ଘର ଉପରେ ଚଢ଼ଉ କରାଯାଇଥିଲେ ବି ଶ୍ରୀ ମହାନ୍ତିଙ୍କର ପତ୍ତ‌ା ପାଇନଥିଲା ଭିଜିଲାନ୍‌ସ। ଶେଷରେ ପଟିଆସ୍ଥିତ ଘରେ ଶ୍ରୀ ମହାନ୍ତି ରହିଥିବା ଖବର ପାଇ ଭିଜିଲାନ୍‌ସ ଟିମ୍‌ ଆଜି ସେଠାରୁ ତାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର