୧୬ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ପିଇଓ

ଜୟପୁର: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ବାଦାମବାଡ ପଞ୍ଚାୟତର ନିର୍ବାହୀ ଅଧିକାରୀ ହରିକୃଷ୍ଣ ପାଢ଼ୀ। ଆଜି କୋରାପୁଟ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟଚାଲାଣ କରିଥିଲା। ପିଇଓଜଣକ ଗତ ଡିସେମ୍ବରରୁ ଜାନୁଆରି ୧୫ ତାରିଖ ମଧ୍ୟରେ ମୋଟ ୧୫ଲକ୍ଷ ୯୧ହଜାର ୮୨୨ ଟଙ୍କା ମୂଲ୍ୟର ୬ଟି ଚେକ୍‌କୁ ନିଜ ଆକାଉଣ୍ଟରେ ଜମା କରି ହଡପ କରିଥିଲେ। ଉକ୍ତ ପିଇଓଙ୍କ ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ଦାୟିତ୍ୱ ହସ୍ତାନ୍ତର ନ କରି ଅର୍ଥ ହଡ଼ପ କରିଥିବା ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର