ବ୍ରହ୍ମପୁର/ଆସିକା : ବିଲ୍ ଚେକ୍ ମେଜରମେଣ୍ଟ୍ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ(ଇଲେକ୍ଟ୍ରିକାଲ୍) ଈଶ୍ବର ଦାସ।
ସହକାରୀ ଯନ୍ତ୍ରୀ ଶ୍ରୀ ଦାସ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତ କତକଲାରେ ଉଠାଜଳସେଚନ ବିଭାଗ ୩୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ନଦୀବନ୍ଧ ପ୍ରକଳ୍ପର ବିଲ୍ ଚେକ୍ ମେଜରମେଣ୍ଟ୍ କରିବା ଲାଗି କଟକର ଠିକା ସଂସ୍ଥା ‘ଆଖଣ୍ଡଳମଣି ଇଲେକ୍ଟ୍ରିକାଲ୍ କନ୍ଷ୍ଟ୍ରକ୍ସନ୍’ ଠାରୁ ୫୦ ହଜ଼ାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ଠିକା ସଂସ୍ଥାର ସୁପର୍ଭାଇଜର୍ ଜଗମୋହନ ପଣ୍ଡା ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଭିଜିଲାନ୍ସ୍ ବ୍ରହ୍ମପୁର ଡିଭିଜନ୍ର ଏକ ଟିମ୍ ବ୍ରହ୍ମପୁର ସ୍ଥିତ ଉଠା ଜଳସେଚନ ଡିଭିଜନ୍ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲେ । ସହକାରୀ ଯନ୍ତ୍ରୀ ଶ୍ରୀ ଦାସ ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ପରେ ଭିଜିଲାନ୍ସ ଟିମ୍ ସେଠାରେ ଚଢ଼ଉ କରିବା ସହିତ ତାଙ୍କ ନିକଟରୁ ଲାଞ୍ଚ ବାବଦ ଟଙ୍କା ଜବତ କରିଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)