ସମ୍ବଲପୁର: ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍ଡବ୍ଲୁଏସ୍ଏସ୍) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ ଗିରଫ ଭିଜିଲାନ୍ସ ଦ୍ବାରା ଶନିବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ଏସ୍ପି ଅନୁପମା ଜେମ୍ସଙ୍କ କହିବା ଅନୁଯାୟୀ ୩. ୯୬ କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି।
ଯାହା ତାଙ୍କ ଆୟ ଠାରୁ ୨୭୫ ପ୍ରତିଶତ ଅଧିକ। ଅନ୍ୟପଟେ ନିହାରଙ୍କ ଲିଙ୍କ୍ ନେଇ ସମ୍ବଲପୁରର ଏକାଧିକ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ସମ୍ବଲପୁରର ଜଣେ ଠିକାଦାରଙ୍କର ସହ ତାଙ୍କର ଲିଙ୍କ୍ ମିଳିବା ପରେ ଭିଜିଲାନ୍ସ ଠିକାଦାରଙ୍କ ଘରେ ଓ କାର୍ଯ୍ୟାଳୟରେ ଚଢ଼ଉକରି ବିଭିନ୍ନ କାଗଜପତ୍ର ଜବତ କରିଛି। ତେବେ ନିହାରଙ୍କ କଳା ସାମ୍ରାଜ୍ୟ ଭିତରେ ଠିକାଦାର ଜଣକ କିଭଳି ଭାବେ ସମ୍ପୃକ୍ତ ଥିଲେ ତାହା ସ୍ପଷ୍ଟ ହୋଇନାହିଁ।