ଦୁର୍ନୀତି ନିବାରଣ ସପ୍ତାହ ପାଳନ : ସାଧୁତା ଓ ସ୍ବଚ୍ଛତା କର୍ମର ମୂଳ ମନ୍ତ୍ର

ଭୁବନେଶ୍ବର : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶ୍ରମ କମିସନର ନିରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶ୍ରୀ ସାହୁ ଶପଥ ପାଠ କରାଇ କହିଲେ, ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ଉନ୍ନତିରେ ଦୁର୍ନୀତି ବାଧକ ସାଜିଛି। ତେଣୁ ସମାଜର ପ୍ରତ୍ୟେକ ବର୍ଗ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଆଗେଇ ଆସିବା ଉଚିତ୍‌। ସାଧୁତା, ସ୍ବଚ୍ଛତା ଓ ସମୟାନୁବର୍ତିତା ହିଁ କର୍ମର ମୂଳମନ୍ତ୍ର। ଏହି ଲକ୍ଷ୍ୟକୁ ଆଗେଇ ନେବା ପାଇଁ ଏବେ ସରକାର ‘୫-ଟି’ ଆଧାରରେ କାର୍ଯ୍ୟ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ବ‌େଳେ ଏହାକୁ ପାଳନ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର