କେନ୍ଦୁଝର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନାଗିରି ଗ୍ରାମ୍ୟ ଉନ୍ନ୍ରୟନ ବିଭାଗ-୧’ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କୁ ଆଜି ଭିଜିଲାନ୍ସ ଟିମ୍‌ କେନ୍ଦୁଝର ଆଣି ମାମଲାର ଖୋଳତାଡ଼ କରିଛି। ଭିଜିଲାନ୍ସ ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାରେ ଆଶିଷ ଦାସଙ୍କ ଶ୍ବଶୁରଘର ଥିବାରୁ କେନ୍ଦୁଝର ସହରରେ ଥିବା କିଛି ବ୍ୟାଙ୍କ ଏବଂ ପୋଷ୍ଟ ଅଫିସରେ ତାଙ୍କର ଆକାଉଣ୍ଟ ଏବଂ ଲକର ରହିଛି।

Advertisment

ଭିଜିଲାନ୍ସ ଶ୍ରୀ ଦାସଙ୍କୁ କେନ୍ଦୁଝର ଆଣି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ଶାଖା‌ରେ ଥିବା ଲକ୍‌ର ଏବଂ ପୋଷ୍ଟ ଅଫିସରେ ଥିବା ଆକାଉଣ୍ଟରେ ହୋଇଥିବା କାରବାରର ଖୋଳତାଡ଼ କରିଛି। ତଦନ୍ତ ବେଳେ କ’ଣ ତଥ୍ୟ ମିଳିଛି ସେ ସମ୍ପର୍କରେ ଭିଜିଲାନ୍ସ କୌଣସି ସୂଚନା ଦେଇନାହିଁ। ଆଜି ତଦନ୍ତ ବେଳେ ଜିଜିଲାନ୍ସ ଟିମ୍‌ ସହିତ ଆଶିଷ ଦାସ ମଧ୍ୟ ଉପସ୍ଥିତ ଥିଲେ।