ଭୁବନେଶ୍ବର: ଆଜି ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦୁର୍ନୀତିରେ ମହିଳାଙ୍କ ସମ୍ପୃକ୍ତିକୁ ନେଇ ଏକ ପ୍ରଶ୍ନ କରିଥିଲେ। ସେ ଜାଣିବାକୁ ଚାହିଁଥିଲେ କି ଗତ ୫ ବର୍ଷ ଭିତରେ ମହିଳା ଓ ଶିଶୁ ବିଭାଗ ସମେତ ଅନ୍ୟ ବିଭାଗର ସରକାରୀ ମହିଳା କର୍ମଚାରୀଙ୍କ ଉପରେ କେତୋଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି ଏବଂ ଚଢ଼ାଉ ବେଳେ ସେମାନଙ୍କର କେତେ ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି।
ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଗତ ୫ ବର୍ଷ ଭିତରେ( ୧.୧.୧୭ରୁ ୩୧.୧.୨୧) ୧୬୮ ଜଣ ମହିଳା କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ଚଢ଼ାଉ ବେଳେ ଏହି ୫ ବର୍ଷ ଭିତରେ ୭୧ କୋଟି ୨୬ ଲକ୍ଷ ୨୩ ହଜାର ୯୪୯ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/7e6b2ce4-18a1-4e69-99c2-4a1e43f44d92.jpg)