ଭିଜିଲାନ୍‌ସ ଜାଲରେ ଆର୍ଆଇ, ମ୍ୟୁଟେସନ୍ ପାଇଁ ହଜାରେ ନେଉଥିଲେ

ରାୟଗଡା/ଟିକିରି: ମ୍ୟୁଟେସନ୍ ପାଇଁ ହଜାରେ ଟଂକା ଲାଞ୍ଚ ନେଉଥିବାବେଳେ ଭିଜିଲାନସ୍ ଜାଲରେ ପଡିଛନ୍ତି ଗୋରଖପୁର ରାଜସ୍ବ ନିରୀକ୍ଷକ ପ୍ରଫୁଲ୍ଲ ବାଉରୀ। ରାୟଗଡା ଭିଜିଲାନସ୍ ବିଭାଗ ପ୍ରଫୁଲ୍ଲଙ୍କ ନିକଟରୁ ୧ ହଜାର ଟଂକା ଏବଂ ଦୁଇଟି ପ୍ଲଟ ପାଇଁ କଟା ଯାଇଥିବା ୪୦ ଟଂକାର ରସିଦକୁ ଜବତ କରିଛି। ଆସନ୍ତାକାଲି ପ୍ରଫୁଲ୍ଲକୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନସ୍ ଇନସପେକ୍ଟର କଳାବତୀ ବାଘ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର