ଭିଜିଲାନ୍ସ ଜାଲରେ ପୁଲିସ୍‌ ଏଏସ୍‌ଆଇ

ଖଡ଼ିଆଳ: ଏକ ମାଡ଼ପିଟ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗିନ ଦଫା ଲଗାଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାରେ କାର୍ଯ୍ୟରତ ପୁଲିସ ଏଏସଆଇ ବିଜେଶ୍ବର ପଣ୍ଡା। ନୂଆପଡ଼ା ଭିଜିଲାନ୍ସ ତାଙ୍କୁ ଗିରଫ କରି ଭବାନୀପାଟଣାସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି। ଖଡ଼ିଆଳ ଅଦାପଡ଼ା ନିବାସୀ ଭବନୀ ଶଙ୍କର ଅଦାଙ୍କୁ ସେହି ପଡ଼ାର ୨ ଜଣ ଯୁବକ ଅଜୟ ନାୟକ ଓ ଉତ୍ତମ ନାୟକ ମାଡ଼ପିଟ କରିଥିବା ନେଇ ଶ୍ରୀ ଅଦା ଥାନାରେ ଏତଲା ଦେଇଥିଲେ। ପୁଲିସ ଉଭୟ ପକ୍ଷରୁ ଏତଲାକୁ ଭିତ୍ତିକରି ମାମଲା ରୁଜୁ କରିଥିଲା। ଏହି ମାମଲାରେ ସଂପୃକ୍ତ ଦୁଇ ଯୁବକ ଅଜୟ ଓ ଉତ୍ତମଙ୍କ ବିରୋଧରେ ସଙ୍ଗିନ ଦଫା ଲାଗାଇ ଦେବେ, ତେବେ ଏଥିପାଇଁ ୫ ହଜାର ଟଙ୍କା ଦେବାକୁ ହେବ ବୋଲି ଶ୍ରୀ ଅଦାଙ୍କ ଠାରୁ ଏଏସଆଇ ଶ୍ରୀ ପଣ୍ଡା ଦାବି କରିଥିଲେ। ଶେଷରେ ୪ ହଜାର ଟଙ୍କା କଥା ଛିଣ୍ଡିଥିଲା। ଏ ନେଇ ଶ୍ରୀ ଅଦା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ‌ ଯୋଜନା ଅନୁସାରେ ଗୁରୁବାର ଶ୍ରୀ ଅଦା ଲାଞ୍ଚ ବାବଦକୁ ୪ ହଜାର ଟଙ୍କା ଏଏସ୍‌ଆଇ ବିଜେଶ୍ବରଙ୍କୁ ଦେଇଥିଲେ। ଠିକ୍ ସେହି ସମୟରେ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଚଢ଼ଉ କରାଯାଇ ଏଏସଆଇ ଶ୍ରୀ ପଣ୍ଡାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର