ଭିଜିଲାନ୍ସ ଜାଲରେ ଆରଆଇ: ୩ ଥର ପାଇଁ ଲାଞ୍ଚ ନେଇ ଧରାପଡ଼ିଲେଣି

ସୋନପୁର/ବୀରମହାରାଜପୁର: ଲାଞ୍ଚ ନେବାବେଳେ ପୁଣିଥରେ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅଫିସର ଆର୍‌ଆଇ ଅରୁଣ ପୁରୋହିତ। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ବୀରମହାରାଜପୁର ତହସିଲ ଅନ୍ତର୍ଗତ ସୁବଳୟା ଥାନା ସଂଗ୍ରାମପୁର ଗ୍ରାମର ପାଣ୍ଡବ ପଧାନ ନିଜ ଜମି ଚିହ୍ନଟ ପାଇଁ ୨୫ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କୁ ଗିରଫ କରି ବଲାଙ୍ଗୀର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସୂଚନା ଥାଉକି, ଶ୍ରୀ ପୁରୋହିତ ପୂର୍ବରୁ ସୋନପୁର ତହସିଲ ଅନ୍ତର୍ଗତ ଖାରୀରେ ଆର୍‌ଆଇ ଥିବାବେଳେ ୨୦୧୫ରେ ଓ ତରଭା ତହସିଲ ଅନ୍ତର୍ଗତ ବଡ଼ଭଇଁରୋରେ ଆର୍‌ଆଇ ଥିବା ବ‌େଳେ ୨୦୧୮ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।

ସମ୍ବନ୍ଧିତ ଖବର