ରାଇରଙ୍ଗପୁର:ଦିନ ଦ୍ବିପହରେ ଖୁଲମଖୁଲା ଲାଞ୍ଚ ନେଉଥିବା ପୁଲିସ ଏଏସ୍ଆଇଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଥାନାରୁ ଏକ ବାଇକ୍ ରିଲିଜ୍ କରିବାକୁ ଏଏସ୍ଆଇଙ୍କ ଟଙ୍କା ନେଉଥିବା ଭିଡିଓ ଭାଇରାଲ ଘଟଣା ପୁଲିସ ବିଭାଗ ଉପରେ କଳଙ୍କ ବୋଳି ଦେଇଛି । ପୁଲିସ ବାବୁ ଜଣକ ମୋଟା ଅଙ୍କର ବେତନ ପାଉଥିବା ବେଳେ ପୁଣି ଲାଞ୍ଚ ନେଉଥିବା ଭିଡିଓ  ଏବେ  ଭାଇରାଲ ହେବାରେ ଲାଗିଛି ।

Advertisment

ଏ ପୁଲିସ ବାବୁ ଜଣକ ହେଉଛନ୍ତି ମୟୂରଭଞ୍ଜଜିଲ୍ଲା ରରୁଆଁ ଥାନାର ଏଏସଆଇ ମୀନକେତନ ପ୍ରଧାନ। ଜଣେ ଲୋକଙ୍କ ବାଇକ୍ ଥାନାରୁ ଛାଡ଼ିବା ପାଇଁ ପୁଲିସ ବାବୁ ଜଣକ ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନ୍ୟ ଜଣେ ଯୁବକ ଏହାକୁ ମୋବାଇଲ କ୍ୟାମେରାରେ କଏଦ କରିଥିଲେ । ଭିଡ଼ିଓରେ ପୁଲିସ ବାବୁ ଜଣକ ପଚାରୁଛନ୍ତି ଏହା ଚୋରି ଗାଡ଼ି ନୁହଁ ତ ? ପରେ ପୁଲିସ ବାବୁ ଜଣକ ଜଣେ ବ୍ୟକ୍ତିଙ୍କ ପାଖରୁ ଟଙ୍କା ନେଇ କିପରି ନିଜ ପକେଟ ଗରମ କରୁଛନ୍ତି ତାହା ତାର ଦୃଶ୍ୟ ଦେଖି ଏବେ ସମସ୍ତେ ଅବାକ୍ ହୋଇପଡ଼ିଛନ୍ତି ।

ତେବେ ଭାଇରାଲ ଭିଡିଓ ସମ୍ବର୍ଦ୍ଧରେ ରରୁଆଁ ଥାନା ଅଧିକାରୀ ଅନାଦି ପଟ୍ଟାୟତଙ୍କ ସହିତ ଯୋଗାଯୋଗ କରିବାରୁ ସେ  ଘଟଣା ଆଜି ଜାଣିଲେ ବୋଲି କହିଛନ୍ତି । ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏନେଇ ସେ ଏସପିଙ୍କୁ ଜଣାଇବେ ବୋଲି ନିଜ ମତ ରଖିଛନ୍ତି।

ଏନେଇ ଲାଞ୍ଚ ନେଉଥିବା ଏଏସ୍ଆଇ ମୀନକେତନ ପ୍ରଧାନଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ରିସିଭ କରି ନଥିଲେ । ତେବେ ସରକାର ବଦଳିବା ପରେ ଲୋକଙ୍କ ସରକାରରେ ଏଭଳି ଲାଞ୍ଚୁଆ ପୁଲିସ ବାବୁଙ୍କ ଉପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। 

Mayurbhanj