ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲରେ କାର୍ଯ୍ୟରତ ଅମିନ ନିର୍ମଳେନ୍ଦୁ କବି ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସଇଁତଳାର ନିରଞ୍ଜନ ସାହୁଙ୍କୁ ତାଙ୍କ ଜମି ଡିମାରକେସନ ବାବଦକୁ ଆଗରୁ ଅମିନ ନିର୍ମଳେନ୍ଦୁ କବି ପଇସା ଲାଞ୍ଚ ମାଗୁଥିଲେ। ଏ ନେଇ ବଲାଙ୍ଗୀର ଭିଜିଲାନ୍ସ ବିଭାଗରେ ନିରଞ୍ଜନ ଅଭିଯୋଗ କରିଥିଲେ।
ଆଜି ଅମିନ ନିର୍ମଳେନ୍ଦୁ କବି ନିରଞ୍ଜନ ସାହୁଙ୍କଠୁ ୮ ହଜାର ଟଙ୍କା ତହସିଲ କାର୍ଯ୍ୟାଳୟରେ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ବଲାଙ୍ଗୀର ଭିଜିଲାନ୍ସ ଟିମ୍ ୮ ହଜାର ଟଙ୍କା ଜବତ କରିବା ସହ ନିର୍ମଳେନ୍ଦୁ କବିଙ୍କୁ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/1a1cb595-a1f1-4fb6-9e76-7abbc14c894e.jpeg)