କାମାକ୍ଷାନଗର: ୧୦ ହଜାର ଲାଞ୍ଚ ନେଇ କାମାକ୍ଷାନଗର ବିଇଓ ଅଫିସର କନିଷ୍ଠ କିରାଣି ଭିଜିଲାନ୍ସ ଜାଲରେ ପଡ଼ିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ସ୍କୁଲ୍ ଏରିଅର୍ ବିଲ୍ କରାଇ ଦେବାକୁ ପ୍ରଧାନ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2022/05/aa1f410e-156a-4650-9be6-d3953bce7ac3.jpg)
ଲାଞ୍ଚ ନେଇ ଧରାପଡ଼ିଲେ କାମାକ୍ଷାନଗର ବିଇଓ ଅଫିସର କନିଷ୍ଠ କିରାଣୀ ଜୀବନାନନ୍ଦ ଶତପଥୀ। ଏରିଅର ବିଲ ପାସ ପାଇଁ ଦଶହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଅନୁଗୁଳ ଭିଜିଲାନ୍ସ ଟିମ୍ ।
ସୂଚନା ଅନୁସାରେ କନ୍ତିଓକାଟେଣି ସିଦ୍ଧାଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଗୋଲକ ଚନ୍ଦ୍ର ନାୟକଙ୍କର ଏରିଅର ବିଲ୍ ପାସ୍ କରାଇ ଦେବା ପାଇଁ ତାଙ୍କଠାରୁ ୧୦,୦୦୦(ଦଶ ହଜାର) ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Vigillance-Raid_Thumbnail.jpg)