ପୂୂର୍ବତନ ବିଡିଓଙ୍କ ସଂପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ

କଟକ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ପ୍ରାଧିକୃତ ଅଧିକାରୀ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ର(ଓଏଏସ-୧)ଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଢେଙ୍କାନାଳ ଜିଲ୍ଲା ଖମାରସାହିରେ ଥିବା ଦୁଇ ମହଲା କୋଠା ଓ ବ୍ୟାଙ୍କ ଜମା ବାଜ୍ୟାପ୍ତି ପାଇଁ ଆଦେଶ ଦିଆଯାଇଛି। ତାଙ୍କର ୧୩ ଲକ୍ଷ ୭୯ ହଜାର ୫୪୭ ଟଙ୍କାର ସଂପତ୍ତି ବାଜ୍ୟାପ୍ତି କରାଯିବ। ୩୦ ଦିନ ଭିତରେ ଶ୍ରୀ ମିଶ୍ରଙ୍କ ଏହି ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରାଯିବ।

ସମ୍ବନ୍ଧିତ ଖବର