ଭୁବନେଶ୍ବର : ଭିଜିଲାନ୍ସ ପକ୍ଷରୁ ଜାନୁଆରି ୧, ୨୦୧୭ରୁ ଅକ୍ଟୋବର ୩୧, ୨୦୨୨ ମଧ୍ୟରେ (୭୦ମାସରେ) ୨୩୨୨ଜଣ ସରକାରୀ କର୍ମଚାରୀ (ଇଞ୍ଜିନିୟର)ଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ଯନ୍ତ୍ରୀ ତଥା ଇଞ୍ଜିନିୟରଙ୍କ ମଧ୍ୟରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଜଣେ ମୁଖ୍ୟ ଯନ୍ତ୍ରୀ, ଜଣେ ନିର୍ବାହୀ ଯନ୍ତ୍ରୀ, ଜଣେ ଉପନିର୍ବାହୀ ଯନ୍ତ୍ରୀ, ୧୦ଜଣ ସହାୟକ ନିର୍ବାହୀ ଯନ୍ତ୍ରୀ, ୧୪ଜଣ ସହାୟକ ଯନ୍ତ୍ରୀ, ୮୩ଜଣ କନିଷ୍ଠ ଯନ୍ତ୍ରୀ, ନଗର ଉନ୍ନୟନ ବିଭାଗର ଜଣେ ଅଧୀକ୍ଷଣ ଯନ୍ତ୍ରୀ, ୪ଜଣ ନିର୍ବାହୀ ଯନ୍ତ୍ରୀ, ୩ଜଣ ସହାୟକ ନିର୍ବାହୀ ଯନ୍ତ୍ରୀ, ୮ଜଣ ସହାୟକ ଯନ୍ତ୍ରୀ, ୮ଜଣ କନିଷ୍ଠ ଯନ୍ତ୍ରୀ, ପର୍ଯ୍ୟଟନ ବିଭାଗର ଜଣେ ସହାୟକ ଯନ୍ତ୍ରୀ ଓ ଜଣେ କନିଷ୍ଠ ଯନ୍ତ୍ରୀ, ପୂର୍ତ୍ତ ବିଭାଗର ଜଣେ ମୁଖ୍ୟ ଯନ୍ତ୍ରୀ, ୩ଜଣ ଅଧୀକ୍ଷଣ ଯନ୍ତ୍ରୀ, ୭ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ଉପନିର୍ବାହୀ ଯନ୍ତ୍ରୀ, ୧୧ଜଣ ସହାୟକ ନିର୍ବାହୀ ଯନ୍ତ୍ରୀ, ୧୫ଜଣ ସହାୟକ ଯନ୍ତ୍ରୀ, ୩ଜଣ କନିଷ୍ଠ ଯନ୍ତ୍ରୀ, ଶକ୍ତି ବିଭାଗରେ ଜଣେ ମୁଖ୍ୟ ଯନ୍ତ୍ରୀ, ୨ଜଣ ଅଧୀକ୍ଷଣ ଯନ୍ତ୍ରୀ, ୬ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ଉପନିର୍ବାହୀ ଯନ୍ତ୍ରୀ, ୧୦ଜଣ ସହାୟକ ଯନ୍ତ୍ରୀ, ୨୧ଜଣ କନିଷ୍ଠ ଯନ୍ତ୍ରୀ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଜଣେ ସହାୟକ ଯନ୍ତ୍ରୀ, ୬ଜଣ କନିଷ୍ଠ ଯନ୍ତ୍ରୀ, ଜଳସମ୍ପଦ ବିଭାଗର ଜଣେ ମୁଖ୍ୟ ଯନ୍ତ୍ରୀ, ୪ଜଣ ଅଧୀକ୍ଷଣ ଯନ୍ତ୍ରୀ, ୯ଜଣ ନିର୍ବାହୀ ଯନ୍ତ୍ରୀ, ୧୧ଜଣ ସହାୟକ ନିର୍ବାହୀ ଯନ୍ତ୍ରୀ, ୧୯ଜଣ ସହାୟକ ଯନ୍ତ୍ରୀ, ୫ଜଣ କନିଷ୍ଠ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ଅଧୀକ୍ଷଣ ଯନ୍ତ୍ରୀ, ୮ଜଣ ନିର୍ବାହୀ ଯନ୍ତ୍ରୀ, ୫ଜଣ ସହାୟକ ନିର୍ବାହୀ ଯନ୍ତ୍ରୀ, ୫ଜଣ ସହାୟକ ଯନ୍ତ୍ରୀ, ୨ଜଣ କନିଷ୍ଠ ଯନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୨ଜଣ ସହାୟକ ନିର୍ବାହୀ ଯନ୍ତ୍ରୀ, ୪ଜଣ ସହାୟକ ଯନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨ଜଣ ସହାୟକ ଯନ୍ତ୍ରୀ, ୩ଜଣ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି।