କେନ୍ଦ୍ରାପଡ଼ା: ସ୍କୁଲର ପିଅନଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି କେନ୍ଦ୍ରାପଡ଼ା ସରକାରୀ ହାଇସ୍କୁଲ୍‌ର ପ୍ରଧାନଶିକ୍ଷକ ନିର˚ଜନ ଅତି। ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଛି।
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅ˚ଚଳର ବାସିନ୍ଦା ଶ୍ରୀ ଅତି ଗତ ବର୍ଷ ଡିସେମ୍ବର ୨୮ତାରିଖରେ କେନ୍ଦ୍ରାପଡ଼ା ହାଇସ୍କୁଲ୍‌ରେ ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଥିଲେ। ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ତଙ୍କଠାରୁ ଘର ଋଣ ଅନୁମୋଦନ କରାଇଦେବା ବାବଦକୁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ। ଶ୍ରୀ କୁଣ୍ତଙ୍କୁ ନୂଆ ଘର ପାଇଁ ଶିକ୍ଷା ବିଭାଗରୁ ଆଡଭାନ୍ସ ଆକାରରେ ୧୧ ଲକ୍ଷ ୮୬ହଜାର ଟଙ୍କା ମ˚ଜୁର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସେ ୬୦ ପ୍ରତିଶତ ଟଙ୍କା ଉଠାଇ ଥିଲେ। ଅବଶିଷ୍ଟ ୪୦ ପ୍ରତିଶତ ଅର୍ଥାତ ୪ ଲକ୍ଷ ୫୮ହଜାର ଟଙ୍କା ଆସିବା ପରେ ଗତ ଜାନୁଆରି ୧୯ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ଚିଠି ଲେଖି ଏହାକୁ ପ୍ରଦାନ କରିବାକୁ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ମାତ୍ର ପ୍ରଧାନଶିକ୍ଷକ ତାହାକୁ ଅନୁମୋଦନ କରୁ ନ ଥିଲେ। ଶେଷରେ ୫ ହଜାର ଟଙ୍କା ଦେଲେ ଅନୁମୋଦନ କରିବେ ବୋଲି ପ୍ରଧାନଶିକ୍ଷକ ତାଙ୍କୁ କହିଥିଲେ। ଏଭଳି ଘଟଣାରେ ଶ୍ରୀ କୁଣ୍ତ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଜି ପୂର୍ବାହ୍ଣରେ ଶ୍ରୀ କୁଣ୍ତ ହାଇସ୍କୁଲ୍‌ ଯାଇ ପ୍ରଧାନଶିକ୍ଷକଙ୍କୁ ତାଙ୍କ ପ୍ରକୋଷ୍ଠରେ ୫ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଲାଞ୍ଚ ଟଙ୍କା ସହିତ ପ୍ରଧାନଶିକ୍ଷକଙ୍କୁ ଧରିବାରେ ସଫଳ ହୋଇଥିଲା।