ଖୋର୍ଦ୍ଧା-କପ୍ତିପଦାରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ୨ ସରକାରୀ କର୍ମଚାରୀ

ଭୁବନେଶ୍ୱର: ଲାଞ୍ଚ ନେଇ ଆଜି ୨ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି। ଖୋର୍ଦ୍ଧାରେ ମାର୍କେଟିଂ ଇନ୍ସପେକ୍ଟର ମାର୍ସାଲିନ ପଢ଼ିହାରୀ ୨୦ ହଜାର ଟଙ୍କା ଓ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ଫରେଷ୍ଟର ଶୋଭାକର ସିଂହ ୫ ହଜାର ଟଙ୍କା ଲାଞ୍ଜ ନେଇ ଭିଜିଲାନ୍ସ ବିଭାଗର ଭୁବନେଶ୍ୱର ଡିଭିଜନ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି।

ମାର୍କେଟିଂ ଇନ୍ସପେକ୍ଟର ପଢ଼ିହାରୀ ଖୋର୍ଦ୍ଧା ଥାନା ଅନ୍ତର୍ଗତ ପଲ୍ଲା ଗାଁର ଅମ୍ବିକା ପ୍ରସାଦଙ୍କ ଠାରୁ ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ନିଟକରେ ୨୦ ହଜାର ଟଙ୍କା ଲାଞ୍ଜ ନେଉଥିଲେ। ଶ୍ରୀମତୀ ପଢ଼ିହାରୀ କଣ୍ଟ୍ରୋଲ ଦୋକାନର ଲାଇସେନ୍ସ ନବୀକରଣ କରିବା ପାଇଁ ଲାଞ୍ଜ ନେଉଥିଲା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ଅତର୍କିତ ଚଢ଼ାଉ କରିଥିଲା। ଭିଜିଲାନ୍ସ ବିଭାଗ ଇନ୍ସପେକ୍ଟର ପଢ଼ିହାରୀଙ୍କ ଭୁବନେଶ୍ୱର ଖଣ୍ଡଗିରି ନିକଟ ଆଇଗଣସ୍ଥିତ ବାସଭବନରେ ତଦନ୍ତ କରିଛି। ଏ ନେଇ ଭିଜିଲାନ୍ସ ବିଭାଗ ତଦନ୍ତ ଜାରି ରଖିଛି।

ସେହିଭଳି ଶୋଭାକର ସିଂହଙ୍କୁ ୫୦୦୦ ଟଙ୍କା ଲାଞ୍ଜ ନେଲାବେଳେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ଗିରଫ କରିଛନ୍ତି। ଶୋଭାକର କପ୍ତିପଦା ଅଞ୍ଚଳର ହେମନ୍ତ କୁମାର ବେହେରାଙ୍କ ଠାରୁ ଲାଞ୍ଚ ଟଙ୍କା ମାଗିଥିଲେ। ହେମନ୍ତ ବେହେରାଙ୍କ ବାପାଙ୍କୁ ଗିରଫ ନ କରିବା ପାଇଁ ଶୋଭାକର ସିଂହ ଲାଞ୍ଜ ଟଙ୍କା ମାଗିଥିଲେ।

ସମ୍ବନ୍ଧିତ ଖବର