ନୟାଗଡ: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ଜଣେ ସରକାରୀ ବାବୁଙ୍କ ଘରେ ଚଢ଼ାଉ କରିଛି | ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଓ ଅଫିସରେ ଚଢାଉ କରାଯାଇଛି |
ଭିଜିଲାନ୍ସର ୫ ଜଣ ଡ଼ିଏସପି, ୫ ଜଣ ଇନିସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିବାବେଳେ ନୟାଗଡ, ଖୋର୍ଦ୍ଧା, କଟକରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି |
ନୟାଗଡରେ ଥିବା କାର୍ଯ୍ୟାଳୟ ବ୍ୟତୀତ ଭୁବନେଶ୍ୱର ପଟିଆରେ ଥିବା ଏକ ଘର,କଟକ କିଶୋରନଗରରେ ଥିବା ପୈତୃକ ବାସଭବନ, କଟକ ଅଲିଶା ବଜାରରେ ଥିବା ଘର, ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଘର ସହ ନୟାଗଡରେ ରହୁଥିବା ଘରେ ଭିଜିଲାନ୍ସ ଚଢ଼ାଉ କରିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/224aed00-5dcc-423a-8bc4-0d1d6bdd1675.jpg)