ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଛନ୍ତି ଯନ୍ତ୍ରୀ | ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉତଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି | ୫ ଜଣ ଡ଼ିଏସପି ଓ ୧୧ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଥିବାବେଳେ ରାଜ୍ୟର ୬ଟି ସ୍ଥାନରେ ଏକକାଳୀନ ରେଡ ଜାରି ରହିଛି |
ଭଞ୍ଜନଗରରେ ଥିବା ସରକାରୀ କ୍ଵାଟର ସହ, କାର୍ଯ୍ୟାଳୟ, ଭୁବନେଶ୍ୱର ଖଣ୍ଡଗିରିରେ ଥିବା ତୁଷ୍ଟି ଆପାର୍ଟମେଣ୍ଟ, ଭୁବନେଶ୍ୱରର କସମପୋଲି ରେସିଡେନ୍ସି, ଜାଗମରାରେ ଥିବା ତିନି ମହଲା କୋଠା ଏବଂ ଗଞ୍ଜାମର ଲଙ୍ଗଳେଶ୍ୱରରେ ଥିବା ପୈତୃକ ବାସଭବନରେ ଚଢ଼ାଉ ଜାରି ରହିଛି |
/sambad/media/post_attachments/wp-content/uploads/2022/04/e462f44a-9d18-4325-ad68-6e2bcf6508e7-300x234.jpg)
ସୂଚନା ଥାଉ କି ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଭିଜିଲାନ୍ସ ପାଖରେ ଖବର ପହଞ୍ଚିଥିଲା | ଆଉ ଭିଜିଲାନ୍ସ ପକ୍ଷରୁ କାର୍ତ୍ତିକେଶ୍ୱର ରାଉତଙ୍କ ଉପରେ ନଜର ରଖାଯାଇଥିଲା | ଆଜି ତାଙ୍କ ଘରେ ଚଢ଼ାଉ ହୋଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Vigilance-Raid-on-Asst-Eng-Office-Other-6-Places_Thumbnail.jpg)