ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଳାହାଣ୍ଡି: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ କିରାଣୀ ହର ପ୍ରସାଦ ଆଚାରୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।

ଭିଜିଲାନ୍ସ ଟିମ ଏକସାଙ୍ଗେ ତାଙ୍କ ମନ୍ଦାର ବଗିଚା ପଡ଼ା ଘର, ରାମନଗର ପଡ଼ାସ୍ଥିତ ତିନି ମହଲା କୋଠା ଓ ବିଭାଗୀୟ କାର୍ଯ୍ୟାଳୟରେ ଚଢାଉ କରିଛି । ଚଢ଼ାଉ ସମୟରେ ନଗଦ ରାଶି ,ଏଲ ଆଇ ସି କାଗଜପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି । ୩ଜଣିଆ ଟିମ ଏହି ଚଢ଼ାଉ କରିଥିଲେ । ବହୁ ଦିନରୁ ସେ ଭିଜିଲାନ୍ସ ବିଭାଗର ନଜରରେ ରହିଥିଲେ।

ସମ୍ବନ୍ଧିତ ଖବର