ଭିଜିଲାନ୍ସ ଜାଲରେ ବୋରଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଏକକାଳୀନ ପାଞ୍ଚଟି ଜାଗାରେ ଚଢ଼ାଉ ଜାରି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ବୋରଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାଯାଇଛି । ଭିଜିଲାନ୍ସ ଅଧିକାରୀମାନେ ଏକକାଳୀନ ପାଞ୍ଚଟି ଜାଗାରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।

ପ୍ରଧାନ ଶିକ୍ଷକଙ୍କ ରାଇଘରଠାରେ ଥିବା ତିନିଟି ଘର, ଦୋକାନ ଗୃହ , ଗୋଦାମ ଗୃହ ଏବଂ  ସ୍କୁଲରେ ଚଢ଼ାଉ କରିଛନ୍ତି | ବିଭାଗର ୩୦ ଜଣ ଅଧିକାରୀ ପାଞ୍ଚଟି ଭାଗରେ ବିଭକ୍ତ ହୋଇ ଏହି ଚଢ଼ାଉ କରୁଛନ୍ତି |

ସମ୍ବନ୍ଧିତ ଖବର