ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼/ ବୌଦ୍ଧ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଦୁଇଜଣ ସରକାରୀ ଅଧିକାରୀଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାର ଖବର ମିଳିଛି।
ବରଗଡ଼ ଜିଲ୍ଲାର ଗାଇସିଲଟ ବ୍ଲକ୍ ଅନ୍ତର୍ଗତ ତlଲପାଲି ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପାଣ୍ଡବ ନନ୍ଦଙ୍କ ତାଲପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ କଲଙ୍ଗାପାଲି ବାସଭବନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି।
ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ୍ ଅନ୍ତର୍ଗତ ଉମା ସେବା ସମବାୟ ସମିତିର ସଂପାଦକ ସନ୍ତୋଷ କୁମାର ରାଉତଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ବ୍ରହ୍ମପୁର ଡିଭିଜନର ଭିଜିଲାନ୍ସ ଅଧିକାରୀମାନେ ଏକକାଳୀନ ଚଢ଼ାଉ ଜାରି ରଖିଛନ୍ତି। ତାଙ୍କର ଦୁଇ ମହଲା ବିଶିଷ୍ଟ ବାସଭବନ, ଗୋଟିଏ ମହଲା ବିଶିଷ୍ଟ ଘର ଓ ଉମା କୋଅପରେଟିଭ୍ ସୋସାଇଟି ଅଫିସରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଫୁଲବାଣୀ ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସ କୋର୍ଟଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ୍ ଜରିଆରେ ଏହି ଚଢ଼ାଉ ହେଉଥିବାର ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର