ଭୁବନେଶ୍ବର: କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ଯାଜପୁର ରୋଡ ସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ପୀୟୂଷକାନ୍ତ ପାଣିଙ୍କ ଘର ଓ ଅଫିସରେ ଚଢ଼ାଉ ଜାରି ରହିଛି।
ତାଙ୍କର ବ୍ୟାସନଗରର ଚୋରଦା ଛକଠାରେ ଥିବା ୨ଟି ତିନିମହଲା କୋଠା ଓ ୧ ଏକମହଲା କୋଠା, ରାଜଧାନୀର ଚକେଇସିଆଣିଠାରେ ଏକ ତିନିମହଲା କୋଠା, ଅନ୍ଧାରୁଆଠାରେ ୫ଟି ପ୍ଲଟ୍, ସଅଁପୁର ଓ ସୁନ୍ଦରପଦା ମୌଜାରେ ବି ପ୍ଲଟ୍ ଠାବ କରାଯାଇଛି। ଏହି ଚଢାଉରେ ଜଣେ ଡିଏସପି, ୧୧ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/e9dffca4-3247-4337-ba8d-8ea4dcdfbff9.jpg)