ଖୋର୍ଦ୍ଧା: ଜିଏସଟି ଅତିରିକ୍ତ କମିସନର ବିନୟ ଭୂଷଣ ତ୍ରିପାଠୀଙ୍କ ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତ ଅଧୀନସ୍ଥ ପଦ୍ମପୁର ଗ୍ରାମରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଜଣେ ବ୍ୟବସାୟୀଙ୍କୁ ଜିଏସଟି ରେଡରୁ ମୁକୁଳାଇବା ନିମନ୍ତେ ସେ ୩ ଲକ୍ଷ ଦାବି କରି ବିନୟ ଭୂଷଣ ତ୍ରିପାଠୀ ଅଢେଇ ଲକ୍ଷ ଟଙ୍କା ନେଇଥିଲେ ବୋଲି ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2024/08/gst.jpeg)
ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିସନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। କଟକ, ଭୁବନେଶ୍ବର, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ସମେତ ୫ଟି ଜାଗାରେ ଏକକାଳୀନ ଚଢ଼ାଉ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/e3e2c24d-4351-481d-9e0f-37719e6e472b.jpeg)