ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର: ୧ କୋଟି ୧୧ ଲକ୍ଷର ବିଏମଡବ୍ଲୁ କାର୍ ସମେତ ଅମାପ ସଂପତ୍ତି ଠାବ

କଟକ: କଟକ ପୁଲିସର କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଟିମର ଆଖିଖୋଷି ହୋଇଯାଇଛି। ତାଙ୍କ ପାଖରୁ କେବଳ ୨ କୋଟି ଟଙ୍କାର ବିଭିନ୍ନ କାର୍ ଜବତ ହୋଇଥିବାର ସୂଚନା ମିଳିଛି। ଏଥିମଧ୍ୟରେ ରହିଛି ତାଙ୍କର ଏକ ବିଏମଡବ୍ଲ୍ୟୁ ଗାଡ଼ି, ଯାହାକୁ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଜବତ କରିଛି ଭିଜିଲାନ୍ସ। ଏକ ୬ ଜଣିଆ ଟିମ୍ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଏହି ଦାମୀ ବିଏମଡବ୍ଲୁ କାର ଜବତ କରିଛି, ଯାହାର ମୂଲ୍ୟ ୧ କୋଟି ୧୧ ଲକ୍ଷ ଟଙ୍କା। ଏହି ବିଏମଡବ୍ଲ୍ୟୁ ଗାଡିକୁ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଜବତ କରିଛି ଭିଜିଲାନ୍ସ। ଏକ ୬ ଜଣିଆ ଟିମ୍ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଏହି ଦାମୀ ବିଏମଡବ୍ଲୁ କାର ଜବତ କରିଛି। ଏହାଛଡ଼ା ତାଙ୍କଠାରୁ ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍ ଓ ସେଭ୍ରୋଲେଟ୍ ଟ୍ରେଲବ୍ଲେଜର କାର୍ ବି ଠାବ ହୋଇଛି। ଏଣେ ଏକ ରକେଟ୍ ଥ୍ରି ବାଇକ୍ ବି ଜବତ ହୋଇଛି, ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କା। କେବଳ ଏତିକି ନୁହେଁ, ତାଙ୍କର ଏକ ବୁଲେଟ୍ ବି ଜବତ ହୋଇଛି। ଏହାଠାରୁ ତ୍ରିନାଥ ମିଶ୍ରଙ୍କ ଘରୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ବି ଜବତ ହୋଇଛି। ୨୮ଟି ଆକାଉଣ୍ଟ ବି ଠାବ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଆଜି ଭୋର ୪ଟାରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ୍ କମ୍ୟୁନିକେସ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ କଟକ ସରକାରୀ ଘର ସମେତ ୧୧ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ୩ ଏଏସପି, ୧୦ ଡିଏସପି ଓ ୧୩ ଜଣ ଇନସ୍ପେକ୍ଟରଙ୍କଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ କଟକ, ଭୁବନେଶ୍ୱର, ଯାଜପୁର, ଜଗତସିଂହପୁର ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନ ଚଢ଼ାଉ ଆରମ୍ଭ କରିଛି। ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ସର୍ଚ୍ଚ ୱାରଣ୍ଟ ବଳରେ ତ୍ରିନାଥ ମିଶ୍ରଙ୍କ କଟକ ସରକାରୀ ଘର ସମେତ ଉପରୋକ୍ତ ସ୍ଥାନରେ ଚଢ଼ାଉ କରାଯାଉଛି।
ନବରଙ୍ଗପୁରର ଡାବୁଗାଁରେ ଥିବା ପୈତୃକ ଘର, କଟକର ମହାନଦୀ ବିହାର ଠାରେ ପୁଅ ତୁଷାର ମିଶ୍ର ଏବଂ ତରୁଣ ମିଶ୍ରଙ୍କ ଡ୍ରଗ୍ ଉତ୍ପାଦନ ୟୁନିଟ୍, କଟକ ତୁଳସୀପୁରରେ ଅବସ୍ଥିତ ତାଙ୍କର ଅଫିସ୍, ସରକାରୀ ମଧୁପାଟଣା ପୁଲିସ୍ ଥାନାରେ ଥିବା କ୍ୟାମ୍ପସରେ କ୍ୱାର୍ଟର୍, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ମନୋରମା ଇଷ୍ଟେଟରେ ଥ୍ରି ବିଏଚକେ ଫ୍ଲାଟ, ଯାଜପୁରର ବଡ଼ଚଣାରେ ଥିବା ଶଶୁର ଘର, ତାଳଗଡ଼ ସ୍ଥିତ ଫାର୍ମହାଉସ୍, ଚଣ୍ଡିଖୋଲ ବଜାରର ଧାନମଣ୍ଡଳରେ ମେଡିସିନ୍ ଦୋକାନ ସହିତ ଶାନ୍ତିଲତା କେୟାର ଏବଂ ନର୍ସିଂହୋମ ଓ ଟ୍ରାନ୍ସପୋର୍ଟ ଥିବା ସୂଚନା ଦେଇଛି ଭିଜିଲାନ୍ସ।

ସମ୍ବନ୍ଧିତ ଖବର