ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁରପାଟଣା ପଞ୍ଚାୟତର ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଥିବାର ଖବର ମିଳିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ଘର ସମେତ ଏକକାଳୀନ ୪ ଜାଗାରେ ଚଢାଉ ଜାରି ରହିଛି । ତାଙ୍କ ଅଫିସ, ବାସଭବନ, ହୋଟେଲ ଓ ଜଣେ ସମ୍ପର୍କୀୟ ଭାଇଙ୍କ ଘରେ ଏକକାଳୀନ ଚଢାଉ ଚାଲିଛି। ସୂଚନାଯୋଗ୍ୟ, ଏକଦା ଏହି ପଞ୍ଚାୟତଟି ରୋଜଗାର କ୍ଷେତ୍ରରେ ସର୍ବଭାରତୀୟ କ୍ଷେତ୍ରରେ ପୁରସ୍କୃତ ହୋଇଥିଲା।

ସମ୍ବନ୍ଧିତ ଖବର