ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଆରଏମସିର ମାର୍କେଟ ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଯାଜପୁର: ଆରଏମସିର ମାର୍କେଟ ସରକାର ଭାବେ କାର୍ଯ୍ୟରତ ଗୟାଧର ସାହୁଙ୍କ ବାସଭବନ ଏବଂ ଭଡ଼ା ଦିଆଯାଇଥିବା ଘରେ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବାର ଖବର ମିଳିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯାଜପୁର ଟାଉନ ଥାନା ଅଞ୍ଚଳ ସନ୍ଥେଶ୍ବରପୁରସ୍ଥିତ ଗୟାଧର ସାହୁଙ୍କ ବାସଭବନ ଏବଂ ଭଡା ଦିଆଯାଇଥିବା ଘରେ ଏହି ଚଢ଼ାଉ ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ ନାମରେ ପୂର୍ବରୁ କୋର୍ଟରେ ଅଭିଯୋଗ ହୋଇଥିବା ବେଳେ କୋର୍ଟର ନିର୍ଦେଶକ୍ରମେ ଭିଜିଲାନସ ଚଢ଼ାଉ ଜାରି ରହିଛି। ତେବେ ତାଙ୍କ ଘରୁ କେତେ ଟଙ୍କା, ସୁନା ଆଦି ଜବତ ହୋଇଛି ତାହା ଜଣାପଡ଼ିନାହିଁ। ଏଣେ ତାଙ୍କ ସଂପତ୍ତିର ଆକଳନ ଚାଲିଛି।