ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କ.ନୂଆଗାଁ ବନାଞ୍ଚଳ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କ.ନୂଆଗାଁ: କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବନାଞ୍ଚଳ ଅଧିକାରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିବାର ଖବର ମିଳିଛି। କନ୍ଧମାଳ ଜିଲ୍ଲା କ.ନୂଆଗାଁ ବନାଞ୍ଚଳ ଅଧିକାରୀଙ୍କ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଓ ଅନ୍ୟ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଆଜି ଡିଏସପି ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ କ.ନୂଆଗାଁ ବନାଞ୍ଚଳ ଅଧିକାରୀ ବୈରାଗୀ ଚରଣ ବେହେରାଙ୍କର ବିଭିନ୍ନ ସ୍ଥାନରେ ଏକ ସମୟରେ ଚଢ଼ାଉ କରାଯାଇଛି।

କ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସ ଓ ସରକାରୀ ବାସଭବନ ଉପରେ ଚଡ଼ାଉ କରିଥିଲେ। ସେହିପରି ଅନ୍ୟ ତିନୋଟି ସ୍ଥାନ ଭଞ୍ଜନଗର ସ୍ଥିତ ଲଣ୍ଡେଇ ସାହିର ବାସଗୃହ, ଦଦରାଲୁଣ୍ଡା ଫାର୍ମହାଉସ ଓ ଭଞ୍ଜନଗରସ୍ଥିତ ଲଣ୍ଡେଇ ସାହି, ଦଦରାଲୁଣ୍ଡା ଫାର୍ମହାଉସ, ବୌଦ୍ଧସ୍ଥିତ ଭୂତପଲିରେ ଥିବା ବାସଗୃହ ଓ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଅନ୍ତର୍ଗତ ଲୁଦୁଲୁଦି ସ୍ଥିତ ବେହେରାଙ୍କ ସମ୍ପର୍କୀୟ ଦୁଇଜଣଙ୍କ ଘର ଉପରେ ମଧ୍ୟ ଚଡ଼ାଉ କରିଥିବା ଡିଏସପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ରେଞ୍ଜର ବେହେରା ମାତ୍ର ୪/୫ ମାସ ହେଲା କ.ନୂଆଗାଁ ବନାଞ୍ଚଳ ଅଧିକାରୀ ଭାବେ ଦାୟିତ୍ଵ ନେଇଥିଲେ। ସେ ଏହା ପୂର୍ବରୁ ଟିକାବାଲି ରେଞ୍ଜରେ କାର୍ଯ୍ୟ କରୁଥିଲେ। ରିପୋର୍ଟ ଲେଖା ହେଲାବେଳକୁ ଚଢ଼ାଉ ଜାରି ରହିଥିବାରୁ ସଠିକ ଆକଳନ ତଥ୍ୟ ମିଳିନାହିଁ।

ସମ୍ବନ୍ଧିତ ଖବର