ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ: ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରା। ଆଜି ସକାଳୁ ତାଙ୍କ ଭୁବନେଶ୍ବରରେ ଥିବା ଭଡ଼ାଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ।

ସୂଚନା ଅନୁଯାୟୀ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବାଲିଅପଦା ସ୍ଥିତ ଘର ସମେତ ୭ଟି ଜାଗାରେ ଚାଲିଛି ଚଢ଼ାଉ। ୫ଜଣିଆ ଟିମ୍ ଛାନଭିନ କରୁଥିବା ସୂଚନା ରହିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର