ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢଉ, ନଗଦ ୯ ଲକ୍ଷ ୨୫ ହଜାର ଜବତ

ଭୁବନେଶ୍ବର : ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ବର ଅଫିସର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରାଙ୍କ ସତ୍ୟନଗରସ୍ଥିତ ବାସଭବନରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଭିଜିଲାନ୍ସ ବିଭାଗର ଭୁବନେଶ୍ବର ଟିମ ସହାୟତାରେ କଟକ ଅଫିସ ପକ୍ଷରୁ ଚଢଉ କରାଯାଇଛି । ଚଢଉ ବେଳେ ତାଙ୍କ ଘରୁ ନଗଦ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ କରାଯାଇଛି ।

ଗତକାଲି ଶ୍ରୀ ବେହେରାଙ୍କ ଠାରୁ ନଗଦ ୮୯ ହଜାର ଟଙ୍କା ଜବତ ହୋଇଥିଲା । ସେ ଭୁବନେଶ୍ୱରକୁ ଆସୁଥବା ବେଳେ ଟାଙ୍ଗୀ ଛକ ଗେଟ୍‌ରେ ଧରାପଡ଼ିଥିଲେ । ତାଙ୍କ ନିକଟରୁ ଜବତ ହୋଇଥିବା ୮୯ ହଜାର ଟଙ୍କା ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ।

 

ସମ୍ବନ୍ଧିତ ଖବର