ବଲାଙ୍ଗୀର : ଗତ କିଛି ଦିନ ହେଲା ଏକ୍ସନ ମୋଡ଼ରେ ଭିଜିଲାନ୍ସ। ତିନି ଦିନ ଭିତରେ ଚାରୋଟି ରେଡ କଲାଣି ଭିଜିଲାନ୍ସ। ଗୁରୁବାର ଭିଜିଲାନ୍ସ ପୁଇନ୍ତଲା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ବିହାରୀଲାଲ ବାରିକଙ୍କ ଘରେ ଚଢ଼ଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶାନ୍ତିପଡ଼ାଠାରେ ଥିବା ତାଙ୍କ ବାସଭବନ ଓ ପୁଇନ୍ତଳା ପଂଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ କରିଥିଲା। ପିଇଓଙ୍କ ନିକଟରୁ ବ୍ୟାଙ୍କ ପାସବୁକ, ଜମିବାଡ଼ି କାଗଜପତ୍ର, ସୁନା ଅଳଙ୍କାର ସବୁ ଜବତ କରି ଭିଜିଲାନ୍ସ ଆକଳନ କରିଥିଲା। ଘରର ମୂଲ୍ୟ ୭୧ଲକ୍ଷ, ନଗଦ ୧୪ ହଜାର, ସୁନାଗହଣା ପ୍ରାୟ ୪ଲକ୍ଷ ଓ ଇନସ୍ୟୁରାନ୍ସ, ବ୍ୟାଙ୍କ ପାସବୁକ ଆଦିରେ କେତେ ଟଙ୍କା ରହିଛି ଭିଜିଲାନ୍ସ ଆକଳନ କରୁଛି। ଏ ନେଇ ପିଇଓଙ୍କ କହିବା ହେଲା, ତାଙ୍କର କୌଣସି ଆୟବହିର୍ଭୂତ ସମ୍ପତ୍ତି ନାହିଁ। ପୁଅ ଚାକିରିର ଦରମାରେ ସେ ଘରଟିଏ କେବଳ କରିଥିବା କହିଛନ୍ତି।
ପୁଇନ୍ତଲା ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ
/sambad/media/post_attachments/wp-content/uploads/2021/01/puintola-peo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)