ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କ ଆସିକା ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି। ଗଞ୍ଜାମ ଜିଲ୍ଲା ଆସିକା-ସୁନାମସାହି ଓ ଆସିକା ବସଷ୍ଟାଣ୍ଡରେ ଭିଜିଲାନ୍ସର ଦୁଇଟି ଟିମ୍ ଚଢ଼ଉ କରୁଛି। ଜଗବନ୍ଧୁଙ୍କ ଘରେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସର ଗୋଟିଏ ୧୦ ଜଣିଆ ଟିମ୍ ଦୁଇଟି ଭାଗରେ ବିଭକ୍ତ ହୋଇ ମିଳିତ ଚଢ଼ଉ କରୁଥିବା ଜଣାପଡ଼ିଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଜଗବନ୍ଧୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଏନେଇଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/cadd910a-9cbd-45c4-8be5-c1170e9a80da.jpg)