ରାଉରକେଲା: ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘର ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛନ୍ତି। ଭିଜିଲାନ୍ସର ପାଞ୍ଚଟି ଟିମ ପୃଥକ ପୃଥକ ଭାବେ ରାଉରକେଲାର ଛେଣ୍ଡ କଳିଙ୍ଗ ବିହାରସ୍ଥିତ ଏମଆଇଜି - ୨୭ ଓ ଏମଆଇଜି --୨୬୪ ଦୁଇଟି ଘର, ଯାଜପୁରର ପୈତୃକ ଘର, ଭୁବନେଶ୍ୱର ଗୋଠପାଟଣାସ୍ଥିତ ଆପାର୍ଟମେଣ୍ଟ ଓ ରାଉରକେଲା ଅଫିସରେ ଏକକାଳୀନ ଚଢ଼ାଉ କରୁଛନ୍ତି।

Advertisment

ମନୋରଞ୍ଜନ ପୂର୍ବରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ବରିଷ୍ଠ କିରାଣୀ ଥିଲେ। କିଛି ମାସ ପୂର୍ବରୁ ପଦୋନ୍ନତି ପାଇ ରାଉରକେଲା ତହସିଲ ଅଫିସରେ ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ। ସେ ଏବେ ରାଉରକେଲା ଏଡିଏମ ଅଫିସରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।