ସମ୍ବଲପୁର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସମଲେଶ୍ବରୀ ମିଲ୍କ ୟୁନି୍ଅନ୍ ଡେପୁଟି ଜେନେରାଲ୍ ମ୍ୟାନେଜର୍ କିଶୋର ନାୟକଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବାର ଖବର ମିଳିଛି।

Advertisment

ଆଜି ସକାଳେ ଭିଜିଲାନ୍ସ ଟିମ୍ କିଶୋର ନାୟକଙ୍କ ସମ୍ବଲପୁରର ସାକ୍ଷୀପଡାସ୍ଥିତ ଘର, ସାକ୍ଷୀପଡାସ୍ଥିତ ଅଫିସ, ପୁରୀସ୍ଥିତ ପୈତୃକ ଘର ଓ ଭୁବନେଶ୍ବରରେ ଏକକାଳୀନ ଚଢ଼ାଉ ଚାଲିଛି। ତାଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା।ଏହାପରେ ଭିଜିଲାନ୍ସ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।