ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଦିଗପହଣ୍ଡି: ସରପଞ୍ଚଙ୍କ ଘରେ ପଶିଲା ଭିଜିଲାନ୍ସ | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି | ସରପଞ୍ଚଙ୍କ ନାମ ଉଷାନ୍ତ ସାହୁ ହୋଇଥିବାବେଳେ ସେ ଗଞ୍ଜାମ ଆଙ୍କରୋଡା ଗ୍ରାମପଂଚାୟତର ସରପଂଚ ଥିବାର ଜଣାପଡିଛି | ବିଭିନ୍ନ ସମୟରେ ଦୁର୍ନୀତି କରୁଥିବାର ତାଙ୍କ ନାମରେ ଅଭିଯୋଗ ଆସିଥିଲା ଏହାକୁ ନେଇ ଭିଜିଲାନ୍ସ ପକ୍ଷରୁ ତାଙ୍କ ଉପରେ ନଜର ରଖାଯାଇଥିଲା | ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ଉପରେ ଚଢ଼ାଉ କରାଯାଇଛି |

Business Today

ଭିଜିଲାନ୍ସ ପକ୍ଷରୁ ପଂଚାୟତ ଅଫିସ ସହ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି | ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି ଯେ ଉଷାନ୍ତଙ୍କ ନାମରେ ଆୟ ବହିର୍ଭୁତ ଠୁଳର ଅଭିଯୋଗ ଆସିଥିଲା |

ଏହାପପରେ ଭିଜିଲାନ୍ସର ୬ଟି ଟିମ ପକ୍ଷରୁ ବର୍ତ୍ତମାନ ରେଡ କରାଯାଉଛି | ତେବେ ବର୍ତ୍ତମାନ ରେଡ ଚାଲିଥିବାରୁ କେତେ ଟଙ୍କା ଜବତ ହୋଇଛି ତାହାର ଆକଳନ କରାଯାଇନାହିଁ | ଚଢ଼ାଉ ପରେ ହିଁ କେତେ ଟଙ୍କାର ସମ୍ପତ୍ତି ରହିଛି ତାହା ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି |

ସମ୍ବନ୍ଧିତ ଖବର