ସମ୍ବଲପୁର: ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (ଏସଡିଏ)ର ପୂର୍ବତନ ପ୍ଲାନିଂ ମେମ୍ବର ଓ ଜଣେ କର୍ମଚାରୀଙ୍କ ଘରେ ପଶିଛି ଭିଜିଲାନ୍ସ। ଉଭୟଙ୍କର ବୁର୍ଲାରେ ଥିବା ଘରେ ଚଢ଼ଉ ଚାଲିଛି।

Advertisment

publive-image

ସୂଚନା ଅନୁଯାୟୀ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଓ କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଚଢ଼ଉ ଜାରି ରହିଛି। ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘର ସମେତ ୬ଟି ସ୍ଥାନରେ ଚଢ଼ଉ ଚାଲିଥିବା ବେଳେ କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ମଧ୍ୟ ଚଢ଼ାଉ ହେଉଛି। ଲକ୍ଷ୍ମୀ ନାରାୟଣଙ୍କ କାର୍ଯ୍ୟାଳୟ ସହ କ୍ବାର୍ଟର ଓ ବାସଭବନରେ ଚଢ଼ଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଭୟଙ୍କ ଘରେ ଚାଲିଥିବା ଚଢ଼ଉରେ ୬ ଡିଏସପି, ୯ ଇନ୍ସପେକ୍ଟର ଓ ୬ ଜଣ ଏଏସଆଇ ନିୟୋଜିତ ହୋଇଛନ୍ତି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗୃହ ନିର୍ମାଣ ପ୍ଲାନ ଠକେଇରେ ଏହି ସଂସ୍ଥାର ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କଠାରୁ ଆରମ୍ଭ କରି ୪ ଜଣ କର୍ମଚାରୀଙ୍କ ସହିତ ସେମାନଙ୍କ ଠକ ଗ୍ୟାଙ୍ଗର ଅନ୍ୟ ୩ ଜଣ ସଦସ୍ୟ ବି ଗିରଫ ହୋଇଥିଲେ।ଏସ୍‌ଡିଏ କର୍ମଚାରୀ ଲକ୍ଷ୍ମୀନାରାୟଣ ସାମଲ ଓରଫ୍‌ ବୁଲୁ(୩୨), ଷ୍ଟେ‌ନୋ ସୁଧାଂଶୁ ପତି ଏବଂ ସେମାନଙ୍କୁ ସହଯୋଗ କରୁଥିବା ୩ ଜଣ ବାହାରିଆ ବ୍ୟକ୍ତି ବିକାଶ ଜଗତ, ଡମ୍ବରୁଧର ତ୍ରିପାଠୀ ଓ ଅଜୟ ବେହେରାଙ୍କୁ ପୁଲିସ ପ୍ରଥମ ପର୍ଯ୍ୟାୟରେ ଗିରଫ କରିଥିଲା। ଏହି ମାମଲାର ତଦନ୍ତ ବେଳେ ଯିଏ ପ୍ଲାନ୍ ଜାଳିଆତି କରାଯାଉଥିବା ନେଇ ଥାନାରେ ଏତଲା ଦେଇଥିଲେ, ଏସ୍‌ଡିଏ ପ୍ଲାନିଂ ମେମ୍ବର ତଥା ମହାନଗର ନିଗମର ସିଟି ପ୍ଲାନର ଦାୟିତ୍ବରେ ଥିବା ବନ୍ଦିତା ମହାପାତ୍ରଙ୍କ ସହିତ ଆର୍କିଟେକ୍ଟ ମାନସ ଚଇନିଙ୍କୁ ବି ପୁଲିସ ଗିରଫ କରିଥିଲା।