ବାଲେଶ୍ୱର: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବାଲେଶ୍ୱର ଜିଲ୍ଲା ପରିସଂଖ୍ୟାନ ଅଧିକାରୀ ପରମେଶ୍ୱର ରାଉତଙ୍କ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏବେ ଚଢାଉ ଚାଲିଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2019/06/vigilance-raid-bal3-1.jpg)
ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱରର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାମେଶ୍ୱର ନଗରରେ ଥିବା ପରମେଶ୍ୱର ରାଉତଙ୍କ ବାସଭବନ ,ସଦର ଥାନା ଅନ୍ତର୍ଗତ ସରସ୍ୱତୀପୁର ତାମୁଳିଆ ନିକଟରେ ଥିବା ଘର (ଯେଉଁ ଘରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଅଫିସ ଥିଲା),ତାଙ୍କର ବାଲେଶ୍ୱର ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ନିଜ ଗାଆଁ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆତୁନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି।
/sambad/media/post_attachments/wp-content/uploads/2019/06/vigilance-raid-bal5-1.jpg)
ଭୋର୍ ୫ଟାରୁ ଭିଜିଲାନ୍ସ ଏସପି ସୁନୀଲ ସେନାପତିଙ୍କ ନେତୃତ୍ୱରେ ୪ ଜଣ ଡିଏସପି ଏହି ଚଢାଉ ଆରମ୍ଭ କରିଥିଲେ ଯାହା ଏଯାବତ୍ ଜାରି ରହିଛି। ନିଜେ ଭିଜିଲାନ୍ସ ଏସପି ସୁନୀଲ ସେନାପତି ଉପସ୍ଥିତ ରହି ଚଢାଉର ତଦାରଖ କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧାର ସଂପତ୍ତିର ଆକଳନ ହୋଇପାରିନାହିଁ କି ଭିଜିଲାନସ ପକ୍ଷରୁ ଏ ସଂପର୍କରେ ବିଶେଷ ସୂଚନା ହସ୍ତଗତ ହୋଇ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Vigilance-Raid-in-Baleswar_Thumbnail-1.jpg)