ବାଲିପାଟଣା ବନାଞ୍ଚଳ ଅଧୀନ ୨ବେଆଇନ କରତ କଳ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ, ବିପୁଳ ପରିମାଣରେ ଯନ୍ତ୍ରାଂଶ, ୨ଟି ଟ୍ରାକ୍ଟର, ଦାମୀ କାଠ ଜବତ

ବାଲିପାଟଣା : ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ସହକାରୀ ବନ ସଂରକ୍ଷକ ବିଷ୍ଣୁ ଚରଣ ବେହେରାଙ୍କ ନେତୃତ୍ୱରେ ଖୋର୍ଦ୍ଧା ବନଖଣ୍ଡ ସହଯୋଗରେ ବାଲିପାଟଣା ଅଞ୍ଚଳର ଧାନହରା ଏବଂ ଡେଙ୍ଗ କରତକଳ ଉପରେ ଆଜି ସକାଳୁ ଚଢ଼ାଉ ଜାରି ରହିଛି | ବିପୁଳ ପରିମାଣର ଦାମୀ କାଠ, ୨ଟି ଟ୍ରାକ୍ଟର, ଯନ୍ତ୍ରାନ୍ସ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି | ଘଟଣାସ୍ଥଳରେ ଖୋର୍ଦ୍ଧା ବନଖଣ୍ଡ ସହକାରୀ ବନସଂରକ୍ଷକ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଉପସ୍ଥିତ ଅଛନ୍ତି |

ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ କରତ କଳ ଚାଲିଆସୁଥିଲା | ବିଶେଷ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଏହି ଚଢ଼ାଉ କରିଛି | ବାଲିପାଟଣା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସ, ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ ଅସିତ କୁମାର ମିଶ୍ର, ରଣପୁର ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥୀ, ଡେଲାଙ୍ଗ ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର ସାମିଲ ଅଛନ୍ତି | ୩ ପ୍ଲାଟୁନ ପୁଲିସ ଫୋର୍ସ ଘଟଣାସ୍ଥଳରେ ମୃତୟନ ଅଛନ୍ତି | ୬ଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି |

ସମ୍ବନ୍ଧିତ ଖବର