ବିଡିସିସି ମ୍ୟାନେଜରଙ୍କ ଘରେ ବି ଚଢ଼ଉ

ବଲାଙ୍ଗୀର : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ (ବିଡିସିସି)ର ମ୍ୟାନେଜର ଆକାଉଣ୍ଟସ ସୁଧୀର ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍‌ପି ଦାଶରଥି ସେଠୀ, କାଦମ୍ବିନୀ ସାମଲ, ଏସ୍‌. ପଣ୍ଡା, ପରମେଶ୍ୱର କିସାନଙ୍କ ନେତୃତ୍ୱରେ ସକାଳୁ ଶ୍ରୀ ନନ୍ଦଙ୍କ ଘରେ ଭିଜିଲାନ୍ସ ପହଞ୍ଚିଥିଲା। ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସର ଟିମ୍‌ ତିନିଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲେ।

ଶ୍ରୀ ନନ୍ଦଙ୍କ ପେଲେସଲାଇନ ସ୍ଥିତ ବାସଭବନ, ରୁଗୁଡିପଡା ଘର ଓ ବ୍ୟାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ ଛାନ୍‌ଭିନ୍‌ କରିଥିଲେ। ୭୩ ହଜାର ୨୨୭ ଟଙ୍କା ନଗଦ, ବିଭିନ୍ନ ବ୍ୟାଙ୍କରେ ସେ ଜମା ରଖିଥିବା ପ୍ରାୟ ୫ଲକ୍ଷ ଟଙ୍କା, ଏଲ୍‌ଆଇସି ସହ ଇନ୍‌ସ୍ୟୁରାନ୍ସ ପଲିସି ଗୁଡିକରେ ୧୫ ଲକ୍ଷ ଟଙ୍କା ସେ ଜମା ରଖିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ତାଙ୍କ ଘର ଆକଳନ ପରେ ଭିଜିଲାନ୍ସ ପ୍ରାୟ ୮୫ ଲକ୍ଷ ଟଙ୍କା ହେବ ବୋଲି କହିଛି। ମୋଟ୍‌ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଠାବ କରିଥିବା ବେଳେ ୮୦ ଲକ୍ଷରୁ ଅଧିକ ଆୟ ବର୍ହିଭୂତ ଟଙ୍କା ତାଙ୍କର ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଇନ୍‌ସ୍ପେକ୍ଟର ତପସ୍ୱିନୀ ସେଠ, ଏମ୍‌. ଜେନା, ସଦାନନ୍ଦ ପାଣି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର