କନଷ୍ଟେବଳ, ତହସିଲ୍‌ଦାର୍‌ଙ୍କ ଘରେ ଭିଜିଲାନ୍ସ ଛାନ୍‌ଭିନ୍‌

ବ୍ରହ୍ମପୁର/ପାରଳାଖେମୁଣ୍ଡି/ଛତ୍ରପୁର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଦୁଇଜଣ କନଷ୍ଟେବଲଙ୍କ ଘରେ ଆଜି ଏକକାଳୀନ ଚଢ଼ାଉ କରିଛି। ଗଜପତି ଜିଲ୍ଲା ପୁଲିସ ରିଜର୍ଭ ଅଫିସ୍‌ରେ କାର୍ଯ୍ୟରତ ଥିବା କନଷ୍ଟେବଲ୍‌ ରଂଜିତ କୁମାର ଲିମାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଅନୁମତି କ୍ରମେ ଆଜି ସକାଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ କନଷ୍ଟେବଲ ରଂଜିତଙ୍କ ପାରଳାଖେମୁଣ୍ଡି କାମାକ୍ଷାନଗରସ୍ଥିତ ଦୁଇ ମହଲା ଘର ଓ ଗୋଟିଏ ମହଲା ଘର ସମେତ ଆର୍‌.ଉଦୟଗିରି ଥାନା ତାବରଡ଼ା ସ୍ଥିତ ପୈତୃକ ବାସଭବନରେ ଚଢ଼ାଉ କରିଥିଲା। ସେହିପରି, ଗଜପତି ଜିଲ୍ଲା ପୁଲିସ ରିଜର୍ଭ ଅଫିସ୍‌ରେ କାର୍ଯ୍ୟରତ ଥିବା କନଷ୍ଟେବଲ୍‌ ତନୁଜ କୁମାର ସାବତଙ୍କ ଜଗନ୍ନାଥବିହାର ସ୍ଥିତ ଦୁଇ ମହଲା ଘର ଓ ଆର୍‌.ଉଦୟଗିରି ସ୍ଥିତ ପୈତୃତ ବାସଭବନରେ ଚଢ଼ାଉ କରାଯାଇଥିଲା।

ସମ୍ବନ୍ଧିତ ଖବର