କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତେଲେଙ୍ଗାପେଣ୍ଠ ସଇଁନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗାୟତ୍ରୀ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ଉ ହୋଇଛି। ଚଢ଼ଉ ବେଳେ ମୋଟ ୯୦ ଲକ୍ଷ ୫୫ ହଜାର ୯୫୨ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଭିଜିଲାନ୍ସ ଠାବ ହୋଇଥିବା ଜଣାପଡ଼ିଛି। ଏଥିରେ ଭୁବନେଶ୍ବରରେ ତିନି ମହଲା ବିଶିଷ୍ଟ କୋଠା, ଭୁବନେଶ୍ବର ଓ ଜଟଣୀରେ ୫ଟି ପ୍ଲଟ, ଗୋଟିଏ ଆଇ-୧୦ କାର‌୍‌, ଦୁଇଟି ବାଇକ୍‌, ବିଭିନ୍ନ ବ୍ୟାଙ୍କରେ ସ˚ଚୟ ଥିବା ଟଙ୍କା ସମେତ ସୁନା ଓ ରୂପା ଅଳଙ୍କାର ଅନ୍ତର୍ଭୁକ୍ତ। ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍‌ ପକ୍ଷରୁ ଏହି ଚଢ଼ଉ ସମୟରେ ଶ୍ରୀମତି ତ୍ରିପାଠୀଙ୍କ ଘରର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଖଣ୍ତଗିରିରେ ୩୨ ଲକ୍ଷ ୩୪ ହଜାର ୫୭୮ ଟଙ୍କାର ତିନି ମହଲା ବିଶିଷ୍ଟ କୋଠା, ୩୮ ଲକ୍ଷ ୫୮ ହଜାର ୪୦୦ ଟଙ୍କାର ୫ଟି ପ୍ଲଟ, ୭ ଲକ୍ଷ ୬୦ ହଜାର ୫୩୯ ଟଙ୍କାର ସୁନା ଓ ରୂପା ଅଳଙ୍କାର, ୫ ଲକ୍ଷ ୧୫ ହଜାର ୧୫୧ ଟଙ୍କାର କାର‌୍‌ ଓ ବାଇକ୍‌, ୧ ଲକ୍ଷ ୪୯୮ ଟଙ୍କାର ଜମା ରାଶୀ, ୫ ହଜାର ୩୦୦ ଟଙ୍କାର ନଗଦ ଅର୍ଥ ରାଶୀ ଏବ˚ ୫ ଲକ୍ଷ ୮୧ ହଜାର ୪୫୬ ଟଙ୍କାର ଘରୋଇ ସାମଗ୍ରୀ ଠୁଳ ଥିବାର ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ପ୍ରମାଣ ପାଇଥିବା ସୂଚନା ମିଳିଛି।