ଏସସିବି ମେଡିକାଲ କଲେଜ ପ୍ରଫେସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: – କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ହେମାଟୋଲୋଜି ବିଭାଗୀୟ ମୁଖ୍ୟ ତଥା ପ୍ରଫେସର ଡା. ରବୀନ୍ଦ୍ର କୁମାର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଭିଜିଲାନ୍ସର ୧୨ଟି ଟିମ୍‌୍‌ ଏକକାଳୀନ ଡା. ଜେନାଙ୍କ କଟକସ୍ଥିତ ସରକାରୀ ବାସଭବନ, ସିଡିଏ, ମହନଦୀ ବିହାର ଘର, ଫ୍ଲାଟ୍‌ ସହିତ ପୈତୃକ ଘର କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗର ଘରେ ଚଢ଼ାଉ କରାଯାଇଛି। ଏତଦ୍‌୍‌ବ୍ୟତୀତ ମଙ୍ଗଳାବାଗ, ରାଣୀହାଟସ୍ଥିତ କ୍ଲିନିକଓ ମେଡିସିନ ହଲ , ଡାଇଗ୍ନୋଷ୍ଟିକ୍‌ ସେଣ୍ଟରରେ ମଧ୍ୟ ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି।

ସମ୍ବନ୍ଧିତ ଖବର