ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା: ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ୧ କୋଟି ୭୭ ଲକ୍ଷ ଟଙ୍କାର ଏଫଡି ଓ ଜୀବନ ବୀମା ବାହାରିଲା

ଆକ୍ସିସ ବ୍ୟାଙ୍କରେ ୧୮ ଜଣଙ୍କ ନାମରେ ୭୮ ଲକ୍ଷ ଟଙ୍କାର ଏଫଡି

ମାଲକାନଗିରି: ମାଲକାନଗିରିର ଭିଜିଲାନ୍ସ ପକ୍ଷରୁ ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଆୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଚଢଉ କରାଯିବା ପରେ ଧିରେ ଧିରେ ଅଧୀକ୍ଷଣ ଯନ୍ତ୍ରୀଙ୍କର ବିଭିନ୍ନ ସ୍ଥାନରେ ଚଢଉ ପରେ କୋଟି କୋଟି ଟଙ୍କା ବାହାରୁଛି। ଆଜି ତୃତୀୟ ଦିନରେ ଭିଜିଲାନସ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ଏବଂ ଘରେ ଚଢଉ କରାଯିବା ପରେ ଏଫଡି ଏବଂ ଜୀବନ ବୀମା ବାବଦକୁ ୧ କୋଟି ୭୭ ଲକ୍ଷ ଟଙ୍କା ରହିଥିବା ଜଣାପଡିଥିଲା। ସେଥିମଧ୍ୟରୁ ଆକ୍ସିସ ବ୍ୟାଙ୍କରେ ୧୮ ଜଣଙ୍କ ନାମରେ ୭୮ ଲକ୍ଷ ଟଙ୍କାର ଏଫଡି ରହିଛି। ସେମାନଙ୍କ ମଧ୍ୟରୁ ଆଶିଷ କୁମାର ଦାସଙ୍କ ନାମରେ ୧୮ ଲକ୍ଷ ଟଙ୍କା, ପତ୍ନୀ ନାମରେ ୨୦ ଲକ୍ଷ ଟଙ୍କା, ପୁଅ ନାମରେ ୧୫ ଲକ୍ଷ ଟଙ୍କା ଏବଂ ଅନ୍ୟ ସମ୍ପର୍କୀୟ ଏବଂ ଅଜଣା ବ୍ୟକ୍ତିଙ୍କ ନାମରେ ୨୫ ଲକ୍ଷ ଟଙ୍କା ରହିଛି।

ସେହିପରି ୪୪ ଲକ୍ଷ ଟଙ୍କା ଜୀବନ ବୀମା ଏବଂ ମ୍ୟାକ୍ସ ଲାଇଫ ଇନସୁରାନ୍ସରେ ରହିଛି। ୟୁଟିଆରେ ୨୫ ଲକ୍ଷ ଟଙ୍କା ରହିଛି। କେନ୍ଦୁଝର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ୧୬ ଲକ୍ଷ ଟଙ୍କା ରହିଛି। ୧୪ ଲକ୍ଷ ଟଙ୍କାର କିଷାନ ବିକାଶ ପତ୍ର କିଣାଯାଇଛି। ୨୧ ଲକ୍ଷ ୭୫ ହଜାର ୪୭୦ ଟଙ୍କା ନଗଦ ରହିଥିବା ବେଳେ ୬୦୨ ଗ୍ରାମର ସୁନା ମଧ୍ୟ ଜବତ କରାଯାଇଛି। ଲଗାତାର ଭିଜିଲାନସ ପକ୍ଷରୁ ଚଢାଉ ଜାରି ରହିଛି। ଆଜି ତୃତୀୟ ଦିନରେ ଏତେ ଟଙ୍କା ବାହାରିଥିବା ବେଳେ ଆଗକୁ ମଧ୍ୟ ଶ୍ରୀ ଦାସଙ୍କର ଅଧିକା ଗୁମର ଖୋଲିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର