ରେଳବାଇ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ

ରାଉରକେଲା: ଚକ୍ରଧରପୁର ରେଳବାଇ ବିଭାଗର ବନ୍ଧମୁଣ୍ଡା ଡୁମର୍ତାସ୍ଥ ଆଇଓଡବ୍ଲୁ କାର୍ଯ୍ୟାଳୟରେ ରେଳବାଇ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଦକ୍ଷିଣ ପୂର୍ବ ରେଳବାଇ ମୁଖ୍ୟାଳୟ ଗାର୍ଡେନରିଚସ୍ଥ ରେଳବାଇ ଭିଜିଲାନ୍ସ ଟିମ୍‌ ଡୁମର୍ତା ଆଇଓଡବ୍ଲୁ ଅଧିକାରୀ ମନୋରଞ୍ଜନ ମାରାଣ୍ଡିକୁ ଜେରା କରିଥିଲେ। ଲାଠିକାଟା ରେଳବାଇ ଷ୍ଟେସନ ନିକଟରେ  ନିର୍ମିତ ଅଣ୍ଡରପାସ ବ୍ରିଜ ସମ୍ପର୍କରେ ତଦନ୍ତ କରିଛନ୍ତି। ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ଅଣ୍ଡରପାସ୍ ଏକ ବର୍ଷ ମଧ୍ୟରେ କୌଣସି କାମରେ ଆସିନଥିଲା।

ଅଣ୍ଡର ପାସ ବ୍ରିଜରେ ସର୍ବଦା ପାଣି ଜମା ହୋଇଥିବାରୁ ଅଣ୍ଡରପାସ ବ୍ରିଜ ଲୋକଙ୍କର କାମରେ ଆସୁ ନଥିଲା। ଅଣ୍ଡର ପାସ ବ୍ରିଜଟି ବନ୍ଦ ହେବା ପରେ ରେଳବାଇକୁ ପୁଣିଥରେ ନିକଟବର୍ତ୍ତୀ ରେଳ ଫାଟକକୁ ଖୋଲିବାକୁ ପଡିଥିଲା। ଏହି ବ୍ରିଜ ନିର୍ମାଣ  କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା।  ଅଭିଯୋଗ ଆଧାରରେ ରେଳବାଇର ଭିଜିଲାନ୍ସ ଟିମ୍ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ଦକ୍ଷିଣ ପୂର୍ବ ରେଳ ଗାର୍ଡେନରିତ ରେଳ ଭିଜିଲାନ୍ସ ଅଧିକାରୀ ସନ୍ତୋଷ କୁମାର ଏବଂ ଅନ୍ୟ ଦୁଇଜଣ ସହଯୋଗୀଙ୍କ ସହିତ ପହଞ୍ଚି ଏହି ଘଟଣାର ତଦନ୍ତ କରିଥିଲେ। ଗତକାଲି ଭିଜିଲାନ୍ସ ଟିମ ବନ୍ଧମୁଣ୍ଡାକୁ ଆସିଥିଲା।

ସମ୍ବନ୍ଧିତ ଖବର