ସମବାୟ ସଂପାଦକ ଓ ସରପଞ୍ଚ ପତ୍ନୀଙ୍କ ଘରେ ଭିଜିଲାନ୍ସ, ୨ ‌କୋଟିର ସମ୍ପତ୍ତି ଠାବ

ବାଲେଶ୍ୱର/ମଂଜୁରିରୋଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବାଲେଶ୍ବର ଭିଜିଲାନ୍ସ ଭଦ୍ରକର ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ତେସିଙ୍ଗା ସମବାୟ ସମିତିର ସଂପାଦକ ରାଜେନ୍ଦ୍ର ଖଣ୍ଡେଇ ଓ ତେସିଙ୍ଗା ପଞ୍ଚାୟତ ସରପଞ୍ଚ ଥିବା ତାଙ୍କ ପତ୍ନୀ ସଙ୍ଗୀତା ଖଣ୍ଡେଇଙ୍କ ବାସଭବନ ସମେତ ମୋଟ ୬ଟି ଜାଗାରେ ଚଢ଼ଉ କରିଥିିଲା। ଉଭୟ ପତିପତ୍ନୀଙ୍କ ନାମରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୪ ଲକ୍ଷ ୭୫ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଶ୍ରୀ ଖଣ୍ଡେଇଙ୍କ ବିଶୋଳ ଶାସନରେ ଥିବା ପୈତୃକ ଘର, ଇଟାଭାଟି, ସାତଶୋଳଠାରେ ଥିବା ଆବାସିକ ଘର, ଫତେପୁରସ୍ଥିତ ଶ୍ବଶୁରଘର, ତେସିଙ୍ଗା ସମବାୟ ସମିତି କାର୍ଯ୍ୟ‌ାଳୟ ଓ ତେସିଙ୍ଗା ପଞ୍ଚାୟତରେ ଚଢ଼ଉ େବଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଥିଲା। ଭିଜିଲାନ୍ସ ଏକ ମାମଲା କରିଥିବା ଏସ୍‌ପି ସୁନୀଲ କୁମାର ସେନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର