କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା। ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବାକୁ ୨୫ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାନା ଅଧିକାରୀକୁ ଧରିଲା ବରଗଡ଼ ଭିଜିଲାନ୍ସ ଟିମ୍। ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ଘଡେଇଙ୍କ ଏକ ପୁରୁଣା ମାମଲା ଚାର୍ଚସିଟରୁ ନାମ କଟାଇବା ପାଇଁ ଥାନା ଅଧିକାରୀ ଟଙ୍କା ମାଗିଥିଲେ। ଏନେଇ ଅଜିତ ଭିଜିଲାନ୍ସକୁ ଅଭିଯୋଗ କରିଥିବା ବେଳେ ଆଜି ଭିଜିଲାନ୍ସ ଟିମ୍ ପୂର୍ବରୁ ଛକି ରହି ଟଙ୍କା ନେଲା ବେଳେ ଧରିଛି। ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରାଙ୍କ ଅଫିସ ଓ ସରକାରୀ ବାସଭବନ ଉପରେ ଚଢଉ ଜାରି ରଖିଛି।
/sambad/media/post_attachments/wp-content/uploads/2022/12/Capture.jpg)
ରାଜ୍ୟ ସରକାରଙ୍କ ଅଧିକାରୀ ଓ କର୍ମଚାରୀମାନେ ଲାଞ୍ଚୁଆ ହୋଇଯାଉଛନ୍ତି। ସାଧାରଣ ଜନତାଙ୍କ ସେବା କରିବା ସେମାନଙ୍କର ନିଯୁକ୍ତି ହୋଇଥିଲା ବେଳେ ଦାୟିତ୍ବ ଭୁଲିଯାଉଛନ୍ତି। ତେବେ ଲାଞ୍ଚ ନେଉଥିଲା ବେଳେ କିଛି ମାଛ ଭିଜିଲାନ୍ସ ଜାଲରେ ପଡ଼ିଯାଉଥିଲା ବେଳେ ଆହୁରି ଅନେକ ଖସିଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/55292b30-fd7b-411a-9555-572338254c13.jpg)