ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫଓ ଗିରଫ

ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୩ କୋଟି ୪୮ ଲକ୍ଷ ୨୬ ହଜାର ୨୦ ଟଙ୍କା

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଶନିବାର ଦକ୍ଷିଣ ଉପଖଣ୍ଡ ଡିଏଫଓ ବିଜୟ କେତନ ଆଚାର୍ଯ୍ୟଙ୍କୁ ଗିରିଫ କରିଛି। ଗଂଜାମ ଜିଲ୍ଲାର ଘମୁସର ଦକ୍ଷିଣ ଉପଖଣ୍ଡର ଅଧିକାରୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ତରଫରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ବିଭାଗର ଅଧିକାରୀମାନେ ବିଜୟ ଆଚାର୍ଯ୍ୟଙ୍କ ଭୁବନେଶ୍ୱର, କଟକ, ପୁରୀ ଓ ଭଞ୍ଜନଗରରେ ୫ଟି ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବିଜୟଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି।

ଭିଜିଲାନ୍ସ ବିିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ସହିଦ ନଗରରେ ବିଜୟଙ୍କ ୩ ମହଲା କୋଠା ଉପରେ ଚଢ଼ାଉ କରାଯାଇଛି। ଏହି କୋଠାର ମୂଲ୍ୟ ୪୭ ଲକ୍ଷ ୫୦ ହଜାର ଟଙ୍କା। ଶିଖରଚଣ୍ଡି ଠାରେ ବିଜୟଙ୍କ ୩ ମହଲା କୋଠାର ମୂଲ୍ୟ ୮୮ ଲକ୍ଷ ଟଙ୍କା। ପଟିଆରେ ସେ ୨୦ ଲକ୍ଷ ୮୧ ହଜାର ଟଙ୍କାରେ ଫ୍ଲାଟ ବୁକିଂ କରିଥିଲେ। ୯ଲକ୍ଷ ୧୧ ହଜାର ୯୩୩ ଟଙ୍କାର ଘର ସାମଗ୍ରୀ ଜବତ ହୋଇଥିବା ବେଳେ ୬ ଲକ୍ଷ ୫୦ ହଜାର ଟଙ୍କାର ସୁନା ଅଳଙ୍କାର ଓ ସୁନା ବିସ୍କୁଟ ଜବତ ହୋଇଛି। ସେହିପରି ବିଜୟଙ୍କ ଘରୁ ୧ ଲକ୍ଷ ୧୦ ହଜାର ନଗଦ ଟଙ୍କା, ଏସ୍‌ବିଆଇ, ୟୁବିଆଇ, ସିଣ୍ଟିକେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, କାନାରା ବ୍ୟାଙ୍କ, ଆଇସିଆଇସିଆଇ ଓ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କରେ ୯୯ ଲକ୍ଷ ୮୪ ହଜାର ୬୪୪ଟଙ୍କା ଥିବା ଜଣାପଡ଼ିଛି। ବିଭିନ୍ନ ବୀମା କମ୍ପାନିରେ ବିଜୟ ୨୨ ଲକ୍ଷ ୮୪ ହଜାର ୮୮୧ ଟଙ୍କା ଜମା କରିଛନ୍ତି। ମ୍ୟୁଚୁଆଲ ଫଣ୍ଡରେ ୧୭ ଲକ୍ଷ ୧୪ ହଜାରଟଙ୍କା ଓ ପୋଷ୍ଟ ଅଫିସରେ ୨୯ ଲକ୍ଷ ୨୬ ହଜାର ଟଙ୍କା ଜମା କରିଛନ୍ତି। ତାଙ୍କର ସମୁଦାୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ହେଉଛି ୩ କୋଟି ୪୮ ଲକ୍ଷ ୨୬ ହଜାର ୨୦ ଟଙ୍କା ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର