ଭବାନୀପାଟଣା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ସଦର ବ୍ଲକ ଥୁଆପଦର ପିଇଓ ବାଲେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2020/12/kalahandi-vigilance3.jpg)
ପ୍ରକାଶ ଯେ, ଥୁଆପଦର ପଞ୍ଚାୟତର ଇଓ ବାଲେଶ୍ବର ନାଏକଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସୋମବାର ସକାଳୁ ଚଢ଼ଉ ଆରମ୍ଭ ହୋଇଛି। ଭବାନୀପାଟଣା ଗୋଦାମପଡ଼ାସ୍ଥିତ ତିନି ମହଲା କୋଠା ଓ ତାଙ୍କ ନିଜ ଗାଁ କଲମପୁର ବ୍ଲକ ଭେଲାଗାଁ, ଥୁଆପଦର ପଞ୍ଚାୟତରେ ଏକକାଳୀନ ଭାବରେ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ ଜାରି ରହିଛି।
/sambad/media/post_attachments/wp-content/uploads/2020/12/kalahandi-vigilance4.jpg)
ପ୍ରାଥମିକ ସୂଚନାରୁ ତିନି ମହଲା କୋଠା ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା, ନଗଦ ୬ ଲକ୍ଷ ୭୦ ହଜାର ଟଙ୍କା, ୩ଟି ବାଇକ, ଗୋଟିଏ ଚାରିଚକିଆ ଗାଡ଼ି ସମେତ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କାର ସଂପତ୍ତି ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଆକଳନ କରାଯାଇଛି। ସେହିଭଳି ସୁନା ଗହଣା, ଜମି କାଗଜପତ୍ର, ବୀମା କାଗଜପତ୍ର, ଏଟିଏମ କାର୍ଡ ଜବତ କରାଯିବା ସହ ଅଧିକ ଚଢ଼ିଉ ଜାରି ରହିଛି।
/sambad/media/post_attachments/wp-content/uploads/2020/12/kalahandi-vigilance2.jpg)
ଏହି ଚଢ଼ଉରେ ଭିଜିଲାନ୍ସ ମାଲକାନଗିରି ଡିଏସପି ସୁଶାନ୍ତ ବିଶ୍ବାଳ ଓ ରାୟଗଡା ଡିଏସ୍ପି ଅନନ୍ତ ମଲ୍ଲିକ, ଇନ୍ସପେକ୍ଟର ପ୍ରମିଳା ସୁନା, କଳାବତୀ ବାଗଙ୍କ ନେତୃତ୍ବରେ ଚଢ଼ଉ ଜାରି ରହିଛି। ସମ୍ପତ୍ତି ଆକଳନ ବଢ଼ିବାରେ ଲାଗିଛି। ଚଢ଼ଉ ସମ୍ପୂର୍ଣ୍ଣ ହେବା ପରେ ଚୂଡ଼ାନ୍ତ ଆକଳନ ଜଣାପଡ଼ିବ ବୋଲି ସୂଚନା ମିଳିଛି। କୋଟିପତି ପିଇଓ ବାଲେଶ୍ଵର ନାଏକଙ୍କ ଭିଜିଲାନ୍ସ ଜାଲରେ ପଡ଼ିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/kalahandi-vigilance.jpg)